ରାଉରକେଲା: ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ଜ୍ୱାଇଁ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଳହୁଣିପଡ଼ର ଥାନା ଅନ୍ତର୍ଗତ ଟେନ୍ସା ଫାଣ୍ଡିର ବରସୁାଁ ଗାଁରେ ଗତକାଲି ରାତିରେ ଏକ ଅଭବନୀୟ ଘଟଣା ଘଟିଛି।  ଗ୍ରାମର ରାଜୁ ସିଂହ ନାମକ ଜଣେ ବ୍ୟକ୍ତି  ଏକ ଟାଙ୍ଗିଆରେ ତାଙ୍କ ଜ୍ୱାଇଁ  ଫୁଲ ସିଂହଙ୍କୁ ହାଣି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ଶ୍ୱଶୁର ଶ୍ରୀ ସିଂହଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ  ପାରିବାରକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର