କୋଣାର୍କ: ଆଜି କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀଜିଉଙ୍କ ସୁନାବେଶ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ସମୟ ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉଙ୍କ ପୂଜାନୀତି ଯଥାବିଧି ସଂପନ୍ନ ହୋଇଥିଲା। ପୂର୍ବାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଗହଣରେ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା।
ସନ୍ଧ୍ୟାରେ କୋଣାର୍କ ଜଗନ୍ନାଥ ମନ୍ଦିରର ମୁଖ୍ୟପୂଜକଙ୍କ ସମେତ ଅନ୍ୟ ପୂଜକମାନେ ଶ୍ରୀଜିଉଙ୍କ ସୁନାବେଶ କରିଥିଲେ। ସୁନାବେଶ ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଣାର୍କ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/71-5.jpg)