ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଭାଲୁଖାଇ ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ମନ୍ଦିର ପରିସରରେ ରଥାରୂଢ଼ ତିନି ଠାକୁରଙ୍କ ନୀତିକାନ୍ତି ପରେ ସଂଧ୍ୟାରେ ସୁନାବେଶ କରାଯାଇଥିଲା। ସୁନାବେଶ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ରାଜସ୍ବ ବିଭାଗର ଅତିରିକ୍ତ କମିସନର ଅକ୍ଷୟ କୁମାର ମଲିକ ଯୋଗ ଦେଇଥିଲେ।

Advertisment

ଜଗନ୍ନାଥ ମନ୍ଦିର କମିଟି ଓ ଧର୍ମଶାଳା ମୁନ୍‌ସୀ ମେଳଣ କମିଟି ସଭାପତି ରାକେଶ କୁମାର ତ୍ରିପାଠୀ, ମନ୍ଦିର କମିଟି ସମ୍ପାଦକ ପ୍ରସନ୍ନ କୁମାର ବରାଳ, ମୁନ୍‌ସୀ ମେଳଣ କମିଟି ସମ୍ପାଦକ ଜଳଧର ମହାନ୍ତି, ସହସମ୍ପାଦକ ପ୍ରମୋଦ ଦାସ, ଉଭୟ କମିଟିର ସଦସ୍ୟ ପ୍ରଫୁଲ୍ଲ କୁମାର ସର, ଗଜେନ୍ଦ୍ର ବେହେରା, ଅନିରୁଦ୍ଧ ରାଉତ, ସବ୍ୟସାଚୀ ବେହେରା, ଇନ୍ଦ୍ରମଣି ମହାନ୍ତି, ପ୍ରଭୁଦତ୍ତ ଜେନା, ଅଖିଳ କୁମାର ସ୍ବାଇଁ, କଳ୍ପତରୁ ସାହୁ, ପ୍ରଦୀପ୍ତ ରାଉତ, ସୁଦୀପ୍ତ ସ୍ବାଇଁ ଓ ବସନ୍ତ କୁମାର ପରିଡ଼ା ସହଯୋଗ କରିଥିଲେ। ସଂଧ୍ୟାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା।