ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା କଳାହାଣ୍ଡିର କିଶୋର କୁମାର ଭାବେ ପରିଚିତ ସୁନାମ ମୁନ୍ନାଙ୍କ ଶୁକ୍ରବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ବହୁ ଦିନରୁ ସେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ମରଶରୀରକୁ ଭବାନୀପାଟଣାକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେ ଅନେକ ସମ୍ବଲପୁରୀ ଗୀତ ଗାଇଥିବା ବେଳେ ସେଥିମଧ୍ୟରୁ ‘ଆମେ କଲାହାଣ୍ଡିଆ ରସିଆ ଭେଣ୍ଡିଆ ପିଲା’ ଗୀତଟି ବେଶ୍ ଚର୍ଚ୍ଚିତ ହେଇଥିଲା। ଏହି ଗୀତ ତାଙ୍କୁ ସଂଗୀତ ଜଗତରେ ଏକ ନୂଆ ପରିଚୟ ଦେଇଥିଲା। ଗତ ରଥଯାତ୍ରା ସମୟରେ ଭଜନ ସମାରୋହରେ ସେ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ତାଙ୍କର ଶେଷ କାର୍ଯ୍ୟକ୍ରମ ଥିଲା। ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର ସଂଗୀତ ଜଗତରେ ଶୋକରଛାୟା ଖେଳିଯାଇଛି।
କଳାହାଣ୍ଡିର କିଶୋର କୁମାର କଣ୍ଠଶିଳ୍ପୀ ସୁନାମ ମୁନ୍ନାଙ୍କ ପରଲୋକ
/sambad/media/post_attachments/wp-content/uploads/2023/06/kld.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)