ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଦେଲା

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଦେଇଥିବା ସୋମବାର ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। କୁହାଯାଉଛି କି, କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍‌ ଏରିଆକୁ ଫେରିଥିଲା। ମହାବଳ କାହ୍ନା ସହ ତାର ମିଳନ ହେବ ଏବଂ ଏକାଠି ରହିବାର ଆଶା କରାଯାଉଥିଲା। କିନ୍ତୁ କିଛି ଦିନ ଘଞ୍ଚ ଜଙ୍ଗଲରେ ରହିବା ପରେ ବାଘୁଣୀ ‘ସୁନ୍ଦରୀ’ ଜନବସତି ଆଡେ ମାଡି ଚାଲିଛି। ଅଭିଯୋଗ ହେଇଛି କି, ଗତ ରବିବାର ସୁନ୍ଦରୀ ଗୋଟିଏ ବଦଳକୁ ମାରି ଦେଇଛି। ବାଘୁଣୀ ଗ୍ରାମାଞ୍ଚଳର ପାଖାପାଖି ଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ପୁଣି ଥରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର