ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଏ.ଏଲ. ନାୟାର ଖେଳପଡ଼ିଆରେ ୬୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଲଳିତରଂଜନ ସାହୁଙ୍କ ନେତୃତ୍ବରେ ସମଲେଶ୍ବରୀ ମନ୍ଦିରରୁ ଆସିଥିବା କ୍ରୀଡ଼ା ମଶାଲକୁ ମୁଖ୍ୟଅତିଥି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସ୍ଥାପନ କରିବା ସହ ପତାକା ଉତ୍ତୋଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ପୌରାଧ୍ୟକ୍ଷା ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ତହସିଲଦାର କୁଳମଣି ରନବିଡ଼ା, ଦକ୍ଷିଣ-ପୂର୍ବ କୋଇଲା ଖଣି ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ଟଙ୍କଧର ତ୍ରିପାଠୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ଦିଲୀପ କୁମାର ଷଡ଼ଙ୍ଗୀ, ପୁରାତନ ଛାତ୍ର ସଂସଦ ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଚିରବ୍ରତ ଦତ୍ତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Advertisment

publive-image

ପ୍ରାରମ୍ଭରେ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ମାର୍ଚ୍ଚପାଷ୍ଟ କରାଯାଇଥିଲା। ପରେ ପରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ସଟଫୁଟ୍ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କ୍ରୀଡ଼ା ସଂସଦ ଉପଦେଷ୍ଟା ରାଧାନାଥ ମିଶ୍ର, ଚିନ୍ତାମଣି କାଲୋ, ସତ୍ୟଶୋଭନ ସୋରେନ, ରାଜକିଶୋର ଟେଟେ, ଅଧ୍ୟାପିକା ମେରୀ ରୋଜ ଲାକ୍ରା, ଡ. ବସନ୍ତ ମହାକୁର, ଦୀପାଞ୍ଜଳି ମେହେର, ଖେଳ ଶିକ୍ଷକ ଶଶୀକାନ୍ତ ସେଠୀ, ବିଭାଗ ଅଧିକାରୀ ପ୍ରଦୀପ କୁମାର ବହିଦାର, ଅଜିତ ଦ୍ବିବେଦୀ, ରମାକାନ୍ତ ପୁହାଣଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ସାମିଲ ହୋଇଥିଲେ। ଶନିବାର ମହୋତ୍ସବ ଉଦଯାପିତ ହେବ।