ରାଉରକେଲା : ପିଏଲଏଫଆଇ ନାମରେ ବ୍ୟବସାୟୀଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଧମକ
ଦୁଇ ଗିରଫ, ବନ୍ଧୁକ, ଅଫୁଟା ଗୁଳି ଓ ମୋବାଇଲ ଜବତ
ରାଉରକେଲା : ଗତ ମାର୍ଚ୍ଚ ୨୫ରେ ସିଭିଲଟାଉନସିପର କ୍ରସର ମାଲିକ ତଥା ସହରର ଜଣାଶୁଣା ବ୍ୟବସାୟୀଙ୍କୁ ପିଏଲଏଫଆଇ ସଦସ୍ୟ ରଞ୍ଜନ ଖେଡ଼ିଆ ନାଁରେ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ରଘୁନାଥପାଲ୍ଲୀ ପୁଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବୀରମିତ୍ରପୁରର ଚେତନ ଓରଫ ଶିବଦତ୍ତ ଜୟପୁରିଆ ଓ ସୁଶୀଲ ସମର l ଶିବଦତ୍ତ ଓ ସୁଶୀଲ ନିକଟରୁ ପୁଲିସ ବନ୍ଧୁକ, ମାଗାଜିନ, ଦୁଇଟି ଅଫୁଟା ଗୁଳି, ଓ ମୋବାଇଲ ଫୋନ ଜବତ କରିଛିl ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶl