ରାଉରକେଲା ସେକ୍ଟର ୧୯ ପୋ‌ଷ୍ଟ୍‌ ଅଫିସ୍‌ରେ ଲୁଟ୍‌

ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ପୋଷ୍ଟ ଅଫିସ ଓ ଓମଫେଡ ବୁଥରୁ ଚୋରି ହୋଇଛି । ସେକ୍ଟର -୧୯ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ହୋଇଥିଲେ ମଧ୍ୟ ପୁଲିସ ତାର ଟେର ପାଇପାରି ନ ଥିଲା। ଚୋରମାନେ ଓମଫେଡ ଓ ପୋଷ୍ଟ ଅଫିସ କ୍ୟାସ କାଉଣ୍ଟର ଡ୍ରରୁ ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ପୋଷ୍ଟ ଅଫିସ ଲକର ଭାଙ୍ଗିବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ହୋଇଥିଲେ। ଆଜି ସକାଳୁ ସେକ୍ଟର -୧୯ ପୁଲିସ ପହଂଚି ତଦନ୍ତ ଚଳାଇଛି। ଥାନା ପାଖରୁ ଚୋରି ହୋଇଥିବାରୁ ପୁଲିସର ପାରିଵା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର