ରାଉରକେଲା,: ମାଲଗୋଦାମ କାଳୀ ମନ୍ଦିର ନିକଟ ଶାନ୍ତିକଲୋନୀରେ ବେଆଇନ ଭାବେ ନିର୍ମାଣ ୫ରୁ ଅଧିକ ଘରକୁ ଆର୍ପିଏଫ୍ ପକ୍ଷରୁ ଭଙ୍ଗାଯାଇଛି। ଉଚ୍ଛେଦ ସମୟରେ କଲୋନୀ କିଛି ଲୋକ ଉତ୍ତେଜିତ ହୋଇ ଆର୍ପିଏଫ୍ ଯବାନଙ୍କୁ ଟେକାପଥର ମାଡ ମାରିଥିଲେ। ଯବାନଙ୍କ ପକ୍ଷରୁ କେହି ହତାହତ ହୋଇ ନଥିବାବେଳେ ବସ୍ତିର ଦୁଇ ଲୋକ ଆହତ ହୋଇଥିବା ଜଣାପଡିଛି। ଶାନ୍ତିକଲୋନୀ ରେଲେଓ୍ଵ ଜାଗାରେ ବେଆଇନ ଘର ତିଆରି ଚାଲିଥିବା ଆର୍ପିଏଫ୍ ଅଧିକାରୀ ଗଣେଶ ପାଣ୍ଡେଙ୍କୁ ସୂଚନା ମିଳିଥିଲା। ସକାଳ ପ୍ରାୟ ୧୦ଟାରେ ପାଣ୍ଡେଙ୍କ ନେତୃତ୍ୱରେ କିଛି ଯବାନ କଲୋନୀରେ ପହଞ୍ଚିଥିଲେ। ନିର୍ମାଣକାମକୁ ବନ୍ଦ କରି ଫେରୁଥିବା ସମୟରେ ବସ୍ତିର କିଛି ଲୋକ ଟେକାପଥର ମାଡ ପାରିବା ସହ ଗାଳିଗୁଲଜ କରିଥିଲେ। ବସ୍ତିବାସୀଙ୍କ କହିବାନୁଯାୟୀ ଶାନ୍ତିକଲୋନୀ ଖାଲି ପଡିଥିବା ଜାଗାରେ ବସ୍ତିର ୪ ମହିଳା ଘର କରିଥିଲେ। ସେମାନଙ୍କ ଘର ମଧ୍ୟରେ ବସ୍ତିର ଅନ୍ୟ ଜଣେ ଲୋକ ଜୋରଜବରଦସ୍ତ ଘର ନିର୍ମାଣ ଆର୍ପିଏଫ୍ ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିଥିଲା। ଯବାନମାନେ ପହଞ୍ଚି ନିର୍ମାଣଧୀନ ଘରଟିକୁ ଭାଙ୍ଗିବାକୁ ଉଦ୍ୟତ ହେଉଥିବାସମୟରେ ବସ୍ତିବାସୀ କଡା ବିରୋଧ କରିଥିଲେ। ଯାହାକୁ ନେଇ ବସ୍ତିବାସୀ ଓ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତେଜିତ ବସ୍ତିବାସୀ ଗାଡି ସମେତ ଯବାନଙ୍କ ଉପରୁ ଠେକାପଥର ମାଡ କରିଥିଲେ। ପଥମାଡରେ ବସ୍ତିର ମଜହର ଅଲ୍ଲୀ, କାହ୍ନ ନାୟକ ଦୁଇଜଣ ଆହତ ହୋଇଥିଲେ।
ଶାନ୍ତିକଲୋନୀରେ ଭଙ୍ଗାହେଲା ୫ ବେଆଇନ ଘର:ବସ୍ତିବାସୀ-ଆର୍ପିଏଫ୍ ଯବାନ ମୁହାଁମୁହିଁ : ୨ ଆହତ
/sambad/media/post_attachments/wp-content/uploads/2017/12/rkl6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)