ବିଦ୍ୟୁତ ସଂସ୍ପର୍ଶରେ ଯୁବକ ଗୁରୁତର

ବଣାଇଁଗଡ଼: ବଣାଇଁ ଥାନା ଅନ୍ତର୍ଗତ କେନାଭେଟା ଗ୍ରାମରେ ଆଜି ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଗୁରୁତର ହୋଇଛନ୍ତି। କେନାଭେଟା ଗ୍ରାମର ଭେଷଜ ଖମାରୀ(୨୩) ବଣାଇଁ ବିଦ୍ୟୁତ ବିଭାଗରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଜି ଦିନ ଦୁଇଟା ସମୟରେ ସେ ଗ୍ରାମର ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଇନ ତାର ମରାମତି କରୁଥିବା ସମୟରେ ଅସାବଧାନତାବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ପରେ ରାଉରକେଲାକୁ ପଠାଯାଇଥିଲା। ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର