ସ୍କର୍ପିଓରେ ଚୋରାଚାଲାଣ ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

ରାଉରକେଲା: ରାଉରକେଲା ଅବକାରୀ ବିଭାଗକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ସ୍କର୍ପିଓରେ ଦେଶୀ ମଦ ଚୋରାଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦର୍ଶନ ସାହୁ, ସୁବୋଧ ସାହୁ ଓ ସ୍ଵଦିପ ଲାକ୍ରା।

ସେମାନଙ୍କଠାରୁ ୭୭୧ ଲିଟର ଦେଶୀ ମଦ, ୧୫.୬୦୦ ଲିଟର ବିଦେଶୀ(ବିଅର), ଗୋଟିଏ ସ୍କର୍ପିଓ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଦଳ ଆଜି ସ୍ଥାନୀୟ କୋଣାର୍କ ଟକିଜ୍ ଛକ ପାଖରେ କାବୁ କରିନେଇଥିଲା।

ସମ୍ବନ୍ଧିତ ଖବର