କୁତ୍ରା : ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବିଜୁ ଏକ୍ସପ୍ରେସ ଓ୍ବେ ରାସ୍ତାରେ ଅଜଣା ଗାଡ଼ିର ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟା ସାଢେ ୭ଟା ସମୟରେ କୁତ୍ରା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ବସନ୍ତ ମହାନନ୍ଦିଆ (୪୦) ନାମକ ବ୍ୟକ୍ତି ତାଙ୍କ ବାଇକ୍ରେ କୁତ୍ରା ରୁ ବିରିଙ୍ଗାଟୋଲିକୁ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଧକ୍କାର ସେ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ। ତତ୍ କ୍ଷଣାତ କୁତ୍ରା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କୁତ୍ରା ଡାକ୍ତରଖାନାକୁ ନେଇଥିଲେ।
କିନ୍ତୁ ସେଠାରେ ପହଞ୍ଚିବା ସହିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବସନ୍ତ ମହାନନ୍ଦିଆ ଭୋଗରା ଗ୍ରାମର ଥିଲେ ଏବଂ ବିରିଙ୍ଗାଟୋଲିରେ ଶ୍ବଶୁରଘରେ ରହୁଥିଲେ। ସେ କୁତ୍ରାର ଏକ ହୋଟେଲରେ କାମ କରୁଥିଲେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/28/new-project-7-2025-09-28-22-47-41.jpg)