ରାଉରକେଲା : ଏନଫୋର୍ସମେଣ୍ଟ ଟିମର ବାରମ୍ବାର ଚଢ଼ଉ ପରେ ବି ସୁଧୁରୁନାହାନ୍ତି ଅମାନିଆ l ଆଜି ସପ୍ତାହନ୍ତ ସଟଡାଉନରେ ରାଉରକେଲା ସହରର କିଛି ବଜାରରେ ମାଛ, ମାଂସ, ରାସନ ଦୋକାନୀ ଦୋକାନ ଖୋଲି ବେପାର କରୁଥିଲେl ଆରଏମସି ଏନଫୋର୍ସ ଟିମ, ସ୍ଥାନୀୟ ପୁଲିସ ଡେଲିମାର୍କେଟର ମାଛ ଓ ଭାଟି ରୋଡରେ ମାଂସ ଦୋକାନରେ ଚଢ଼ଉ କରି ମାଛ, ମାଂସ ଜବତ କରିଥିଲେ l
/sambad/media/post_attachments/wp-content/uploads/2021/05/rkl-12.jpg)
ସେମିତି ସେକ୍ଟର – ୮,୧୫ ମାର୍କେଟ, କୋଏଲନଗର, ଗୋପବନ୍ଧୁପାଲି, ଜିଟି ଲେନରେ ୧୦ଟି ଦୋକାନ ସିଲ କରିଥିଲେ l ଏମାନଙ୍କ ଠାରୁ ୧୨,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛିl ଅନୁରୂପ ଭାବେ ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କ ଠାରୁ ୭୭,୮୪୦ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/rkl0.jpg)