ମାଛ ଓ ମାଂସ ଫିଙ୍ଗିଲେ ଏନଫୋର୍ସମେଣ୍ଟ ଟିମ୍: ୧୦ ଦୋକାନ ସିଲ, ୯୦ ହଜାର ଟଙ୍କା ଜରିମାନା

ରାଉରକେଲା : ଏନଫୋର୍ସମେଣ୍ଟ ଟିମର ବାରମ୍ବାର ଚଢ଼ଉ ପରେ ବି ସୁଧୁରୁନାହାନ୍ତି ଅମାନିଆ l ଆଜି ସପ୍ତାହନ୍ତ ସଟଡାଉନରେ ରାଉରକେଲା ସହରର କିଛି ବଜାରରେ ମାଛ, ମାଂସ, ରାସନ ଦୋକାନୀ ଦୋକାନ ଖୋଲି ବେପାର କରୁଥିଲେl ଆରଏମସି ଏନଫୋର୍ସ ଟିମ, ସ୍ଥାନୀୟ ପୁଲିସ ଡେଲିମାର୍କେଟର ମାଛ ଓ ଭାଟି ରୋଡରେ ମାଂସ ଦୋକାନରେ ଚଢ଼ଉ କରି ମାଛ, ମାଂସ ଜବତ କରିଥିଲେ l

ସେମିତି ସେକ୍ଟର – ୮,୧୫ ମାର୍କେଟ, କୋଏଲନଗର, ଗୋପବନ୍ଧୁପାଲି, ଜିଟି ଲେନରେ ୧୦ଟି ଦୋକାନ ସିଲ କରିଥିଲେ l ଏମାନଙ୍କ ଠାରୁ ୧୨,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛିl  ଅନୁରୂପ ଭାବେ ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କ ଠାରୁ ୭୭,୮୪୦ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର