ଲେଫ୍ରିପଡା: ଲେଫ୍ରିପଡା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ପ୍ରଧାନ ଶିକ୍ଷକ ଜଣକ ହେଉଛନ୍ତି ଦେବାନନ୍ଦ ପଟେଲ। ତାଙ୍କ ବିରୋଧରେ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଗତ ୨୦୧୫ ମସିହାରେ ଅଭିଯୋଗ ହୋଇଥିଲା। ଆଜି ସୁନ୍ଦରଗଡ ପୋକ୍ସୋ କୋର୍ଟ ଏହି ମାମଲାର ବିଚାର କରି  ପୂର୍ବତନ ପ୍ରଧାନ ଶିକ୍ଷକକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୪୭ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜରିମାନା ନଦେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ। ଅଦାଲତ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।