ରାଉରକେଲା : ରାଉରକେଲା ପୁଲିସ୍ ଏକ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ୨୦୦୭ ମସିହାରୁ ୭ଟି ରାଜ୍ୟରେ ନିଜର ଅପରାଧର କାୟା ବିସ୍ତାର କରିଥିଲେ। ପୁଲିସ୍ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରିଥିବାବେଳେ ୭ ଜଣ ଫେରାର୍ ହୋଇଯାଇଛନ୍ତି।
ଗିରଫ ଲୁଟେରାମାନେ ହେଲେ-ବିହାର ଗୟା ଜିଲ୍ଲାର ନିଶାନ୍ତ ରାଜ (୨୫), ପ୍ରିନ୍ସ କୁମାର ସିଂ (୨୧), ରାଜୁ କୁମାର ସିଂ (୨୫), ମନଜିତ୍ ପାଣ୍ଡେ (୩୧), ସଜନ କୁମାର (୨୫), ଝାଡ଼ଖଣ୍ଡ କୋଦର୍ମାର ଦୟାନନ୍ଦ କୁମାର (୨୫), ବିବେକ କୁମାର ରାୟ (୩୮), ଉତ୍ତମ ସିଂହ (୨୫), ବବଲୁ କୁମାର ରାୟ (୨୮), ହଜାରିବାଗ୍ର ମନୋଜ କୁମାର (୩୨)। ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ହଜାର ଟଙ୍କା, ୧୦୬ଟି ଏଟିଏମ୍କାର୍ଡ, ଲୁଟ୍ରେ ବ୍ୟବହୃତ ଗୋଟିଏ ବୋଲେରୋ, ୨ଟି ସ୍ୱିଫ୍ଟ୍ ଡିଜାୟର୍ କାର୍, ୨ଟି ଲ୍ୟାପଟପ୍, ୧୬ଟି ମୋବାଇଲ ଫୋନ୍, ୩ଟି ସ୍କିମର ସ୍ୱାପ୍ ମେଶିନ୍, ୨ଟି ରାଇଟର ମ୍ୟାଗନେଟିକ୍ ଡିକୋଡର, ଗୋଟିଏ ଦେଶୀ ପିସ୍ତଲ ସମେତ କିଛି ମାରଣାସ୍ତ୍ର ପୁଲିସ୍ ଜବତ କରିଛି। ସେମାନଙ୍କ ନାଁରେ ରାଉରକେଲା ପୁଲିସ ଜିଲ୍ଲାର ୧୭ଟି ଓ ରାଜ୍ୟର ଅନ୍ୟାନ୍ୟ ଥାନାରେ ୧୭ଟି ମାମଲାକୁ ମିଶାଇ ମୋଟ ୩୪ଟି ସାଇବର ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/RKL-ATM-Lutera.jpg)