ସୁନ୍ଦରଗଡ଼: ହେମଗିର ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ଆଜି ହେମଗିର ବ୍ଲକ କନିକାରେ ୧୨ ଘଣ୍ଟିଅ। ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଷ୍ଟେସନରେ ଜନସାଧାରଣ ପତାକା ଲଗାଇ ବନ୍ଦ କରିଛନ୍ତି। ପୂର୍ବରୁ ହେମଗିର ଷ୍ଟେସନରେ ଇତଓ୍ଵାରି-ଟାଟା, ଟାଟା-ବିଲାସପୁର, ବୁନ୍ଦିଅ।–ଝାରସୁଗୁଡା,ଟିଟଲାଗଡ- ବିଲାସପୁର ଟ୍ରେନ ଅଟକୁଥିଲା, ମାତ୍ର କରୋନା ସମୟରେ ଏହି ସବୁ ଟ୍ରେନ ବନ୍ଦ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅ।ଉ ଟ୍ରେନ ଅଟକୁ ନାହିଁ।

Advertisment

publive-image

ଟ୍ରେନ ରହଣି ଦାବି ନେଇ ସ୍ଥାନୀୟ ଜନସାଧାରଣ ଅନେକ ବାର ଦାବି ଜଣାଇବା ସହ ରେଳବିଭାଗ ଡିଆରଏମଙ୍କୁ ଦାବି ପତ୍ର ଦେଇଛନ୍ତି। ମାତ୍ର ରେଳ ବିଭାଗ କିଛି ଶୁଣୁନଥିବା ଅଭିଯୋଗ କରି ଅ।ଜି ରେଲଓ୍ଵେ ସଂଗ୍ରାମ ସମିତି କନିକା ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ୧୨ ଘଣ୍ଟିଅ। ବନ୍ଦ ପାଳନ କରାଯାଉଛି। ବନ୍ଦ ଫଳରେ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର କନିକା ସାଇଡିଙ୍ଗରୁ ରେଳ ଯୋଗେ କୋଇଲା ପରିବହନ ମଧ୍ୟ ବନ୍ଦ ରହିଛି। ବନ୍ଦ ପାଳନ ସମୟରେ ଏହି ଟ୍ରାକରେ ଯିବାକୁ ଥିବା ସମସ୍ତ ଟ୍ରେନକୁ ମଧ୍ୟ  ବନ୍ଦ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି। ବନ୍ଦକୁ ଅ।ଖି ଅ।ଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।