ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ୧୪.୯୩ ଲକ୍ଷ ଲୁଟ୍

ରାଉରକେଲା : ଆଜି ସକାଳୁ ରାଉରକେଲା ମହାନଗର ନିଗମ (ଆରଏମସି) ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କକୁ ବନ୍ଧୁକ ଦେଖାଇ ଦୁଇ ଦୁର୍ବୃତ୍ତ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟିନେଇଛନ୍ତି।

ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର ବ୍ୟବସାୟୀଙ୍କ ଘରୁ ଟଙ୍କା ଉଦିତନଗର ଅଫିସକୁ ଆସିଥିଲେ। ସକାଳ ପ୍ରାୟ ୯ଟାରେ ପ୍ରଶାନ୍ତଙ୍କୁ ଏକ ନାଲି ପଲସର ବାଇକରେ ଅନୁସରଣ କରୁଥିବା ଦୁଇ ଯୁବକ ଆରଏମସି ନିକଟରେ ଅଟକାଇ ଥିଲେ।  ପ୍ରଶାନ୍ତ ସ୍କୁଟିକୁ ରଖିବା ମାତ୍ରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପକେଟରୁ ବନ୍ଧୁକ ବାହାର କରି ପ୍ରଶାନ୍ତଙ୍କ ମୁଣ୍ଡରେ ଓ ଅନ୍ୟ ଜଣେ ଯୁବକ ତାଙ୍କ ପେଟରେ ଛୁରୀ ଲଗାଇ ଦେଇଥିଲେ। ଦୁହେଁ ଧମକଚମକ ଦେଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଉଦିତନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟକୁ ନେଇ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର