ରାଉରକେଲା: ନାଲା ରୋଡ୍‌ରେ ସଟ୍ଟା (ଜୁଆ) ଖେଳ ଚାଲିଥିବାବେଳେ ଚଢ଼ଉ କରି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଲା ରୋଡ୍‌ ଏବି ଲେନ୍‌ର ଜାଭେଦ ଅଖତର(୩୪) ଓ ହସନପୁରର ମହମ୍ମଦ ଜାମିଲ ରଜାକ୍‌(୨୮)। ଅଭିଯୁକ୍ତମାନଙ୍କଠାରୁ ନଗଦ ୧,୯୫୦ ଟଙ୍କା ସହ ୩ଟି ସଟ୍ଟାବୋର୍ଡ, ୩ଟି ମୋବାଇଲ ଫୋନ୍‌ ଓ ୩ଟି କାଲ୍‌କୁଲେଟର୍‌ ଜବତ କରିଛି । ପ୍ରକାଶଥାଉକି, ନାଲାରୋଡ୍‌ରେ ସଟ୍ଟା ଖେଳ ଚାଲୁଥିବା ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତି କରି ଆଜି ଅପରାହ୍ନରେ ସଦଳବଳ ଚଢ଼ଉ କରିଥିଲା ।