ରାଉରକେଲା: ଟ୍ୟାଙ୍କର ଧକ୍କାରେ ଯୁବକ-ଯୁବତୀ ମୃତ

ରାଉରକେଲା: ବ୍ରାହ୍ମଣୀ ବ୍ରିଜରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟିଛି। ବାଇକରେ ଦୁହେଁ ରାଉରକେଲା ପଟୁ ଯାଉଥିବା ବେଳେ ଏକ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁୁର୍ଘଟଣାରେ ଦୁଇ ବାଇକ୍‌‌ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାରୁ ବ୍ରିଜ ଜାମ୍ ହୋଇ ଉଭୟ ପଟରେ ବହୁ ଗାଡ଼ି ଅଟକି ରହିଛି । ରଘୁନାଥପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାକୁ ଉଦ୍ୟମ କରୁଛନ୍ତି । ମୃତ୍ୟୁମୁଖରେ ପଡ଼ିଥିବା ଯୁବକ ଓ ଯୁବତୀଙ୍କର ଏଯାଏ ପରିଚୟ ମିଳିନାହିଁ । ଉଭୟ ବିରିକେରା ଅଞ୍ଚଳର ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର