ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ନିକଟରେ ଟ୍ରାକ୍ଟର ଓଲିଟି ପଡିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ମାଲିଡିହି ରାନି ପିଆ ସଙ୍ଗପାନି ଗ୍ରାମର ୨୭ ବର୍ଷୀୟ ୱିଲିୟମ ଖାଖା ଏବଂ ୩୦ ବର୍ଷୀୟ ଧିରୁଆ ବାର୍ଲା।

Advertisment

ସୂଚନା ମୁତାବକ, ଆଜି ପ୍ରାୟ ଦିବା ୧୧ଟା ସମୟରେ ଏକ ଟ୍ରାକ୍ଟର (ଓଡ଼ି ୧୬ବି ୩୭୨୩ )  ଡୁଡି  ପଟୁ ରାଣିପିଆ ଗ୍ରାମ ପଟକୁ ଯାଉଥିବା ସମୟରେ ମାଲିଡ଼ିହି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗାଁ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଲ ଭିତରକୁ ଓଲଟି ପଡିଥିଲା । ଦୁର୍ଘଟଣାରେ  ଟ୍ରାକ୍ଟର ଚାଳକ ସହ ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡାଲା  ତଳେ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ଅନ୍ୟ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ଦୁର୍ଘଟଣା ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶ ଘଟଣାସ୍ଥଳରେ ପହଞ୍ଚି ସ୍ତାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସିକୁ ବ୍ୟବଛେଦ ପାଇଁ  ପଠାଇଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଜଣକ ଘଟଣାସ୍ଥଳରୁ  ଫେରାର ହୋଇ ଯାଇଥିବା ଜଣାପଡିଛି।