ରାଉରକେଲା: ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ମୁନ୍ନା ସାହୁ(୩୪) ଏବଂ ମହମ୍ମଦ ତମାସ। ଉଭୟଙ୍କ ଘର ରାଉରକେଲାରେ। ଏମାନେ ରାଉରକେଲା ସେକ୍ଟର-୨ ବସଷ୍ଟାଣ୍ଡ ଆଡ଼କୁ ଏକ ବାଇକ୍ ଯୋଗେ ୧୦ଟି ଜଙ୍ଗଲୀ ଶୁଆ ଧରି ଯାଉଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା।
ପରେ ସେମାନଙ୍କ ଭଡ଼ା ଘରୁ ଆହୁରି ୭୨ଟି ଶୁଆ ଉଦ୍ଧାର କରାିଥିଲେ ବନ କର୍ମଚାରୀ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯଉେି ବୋଲି ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ସଦଇଛନ୍ତି।