ରାଉରକେଲା: ଶୋଇଥିବା ବେଳେ ଘର ଭାଙ୍ଗି ଦୁଇଜଣଙ୍କ ଜୀବନ ନେଇଛି ହାତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ।

Advertisment

ସୂଚନା ଅନୁଯାୟୀ, ବାଲିଝୁଡ଼ି ଗାଁରେ ମାଆ ନିଜର ୪ ସନ୍ତାନଙ୍କ ସହ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗିଥିଲା। ଏହାପରେ ହାତୀ ସେମାନଙ୍କୁ ଦଳି ଦେବାକୁ ପ୍ରୟାସ କରୁଥିବା ବେଳେ ମାଓ ପୁଅ ଉପରେ କାନ୍ଥ ପଡ଼ିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ମାସର ଗର୍ଭବତୀ ମାଆ ଓ ୮ ବର୍ଷର ପୁଅର ମୃତ୍ୟୁ ହୋଇଥିଲା। ଏଣେ ୩ ଝିଅ ଗୁରୁତର ହୋଇଥିଲେ। ସେମାନଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।