ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ନିକଟରେ କାର ଧକ୍କାରେ ୨ ସ୍କୁଲ ଛାତ୍ରୀ ଗୁରୁତର ହୋଇଥିବାର ଖବର ମିଳିଛି। ଉଭୟଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବନ୍ଧପାଲି ସ୍କୁଲର ଷଷ୍ଠ ଶ୍ରେଣୀର ଦୁଇ ଛାତ୍ରୀ ଏକ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ କାର୍ ଉଭୟଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକେ ୨ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଣେ ଉତ୍ତ୍ୟକ୍ତ ଲୋକେ ବନ୍ଧପାଲିଠାରେ ରାସ୍ତାରୋକ କରିଥିଲେ।
/sambad/media/post_attachments/wp-content/uploads/2024/01/cb8e74e3-7fde-486b-8c28-076bd43ef8a2.jpeg)
ଗୁରୁତର ଥିବା ଛାତ୍ରୀ ହେଲେ ସୁନୀତି ସେଠ୍ ଓ ପାର୍ବତୀ ସୋରେଙ୍ଗ। ସ୍କୁଲରେ ଆଜି ନେତାଜୀ ଜୟନ୍ତୀ ସରିବା ପରେ ଦୁଇ ଛାତ୍ରୀ ଗୋଟିଏ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/489abfaa-54c1-4ac6-9328-875ffdafdb7c.jpeg)