ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରଜାମୁଣ୍ଡା ନିକଟରେ ହାଇୱା ଧକ୍କାରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Advertisment

publive-image

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ଚାରିଜଣ କିନ୍ନର ୧୪୩ ନମ୍ବର ଜାତୀୟ ରାଜପଥରେ ଲହୁଣିପଡ଼ା ଆଡ଼କୁ ଯାଉଥିଲେ। ରାଜାମୁଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ମାଡ଼ିଆସୁଥିବା ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଜାଣିଶୁଣି ଡ୍ରାଇଭର ଗାଡ଼ି ଚଢାଇ ଦେଇଥିବା ଚର୍ଚ୍ଚା ହେଉଛି। ଚାରି କିନ୍ନର ଲହୁଣିପଡ଼ା ଥାନା ଅନ୍ତର୍ଗତ ଲହଙ୍ଗାପଡ଼ାରେ ରହୁଥିଲେ।