ସୁନ୍ଦରଗଡ଼: ଗୁଳିମାଡ଼ରେ ୨ଜଣ ଆହତ ହୋଇଛନ୍ତି। ଆଜି ସକାଳୁ ସେମାନଙ୍କୁ ସମ୍ପର୍କୀୟ ଆଣି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନେ ଛତିଶଗଡ଼ ଶକ୍ତି ଜିଲ୍ଲା ଅଞ୍ଚଳର ସୁନୀଳ ରତ୍ନାକର ଓ ବିକ୍ରମ ଟଣ୍ଡନ ବୋଲି ପରିଚୟ ଦେଇଥିବାବେଳେ କେଉଁଠି, କାହିଁକି ଓ କିଏ ଗୁଳିମାଡ଼ କଲା ସେ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି।

Advertisment

ଗୁଳି ଜଣକର ଗୋଡ଼ରେ ବାଜିଥିବାବେଳେ ଆଉ ଜଣକର ମୁଣ୍ଡ ଓ ଛାତିରେ ଲାଗିଛି। ଡାକ୍ତର ଗୁଳି ବାହାର କରିଥିବା ସୂଚନା ମିଳିଛି। ଟାଉନ ଥାନା ପୁଲିସ ପହଞ୍ଚି ପଚରାଉଚରା କରୁଛି।