ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୁଲିସକୁ ମିଳିଲା ବଡ଼ ଧରଣର ସଫଳତା। ବେଆଇନ ଭାବେ କୁକୁଡ଼ା ଲଢେ଼ଇ କରି ଜୁଆ ଖେଳ ଚାଲୁଥିବା ସ୍ଥାନରେ ଚଢ଼ାଉ କରି ସେଠାରୁ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୨୭ ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ରାଜଗାଙ୍ଗପୁର ଏସ ଡି ପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁଲିସର ସ୍ଵତନ୍ତ୍ର ଟିମ ଚଢ଼ାଉ କରି ସେଠାରୁ ୨୭ ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧୯ଟି ମୋବାଇଲ ସହ ୧୩ଟି ବାଇକ, ଏକ କାର୍ ଓ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରାଯାଇଛି। କୁକୁଡ଼ା ଲଢେ଼ଇ କରାଉଥିବା ବ୍ୟକ୍ତିମାନେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ଏଠାରେ ଏଭଳି ଲଢେଇ କରାଇଥାନ୍ତି। ବହୁ ଦିନ ଧରି ଏହି ଭଳି କୁକୁଡ଼ା ଲଢେ଼ଇ ଚାଲୁଥିବା ବେଳେ ଶେଷରେ ଆଜି ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି।
ଜୁଆ ଆଡ୍ଡାରେ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ, ୨୭ ଅଟକ
/sambad/media/post_attachments/wp-content/uploads/2022/09/Untitled-33.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)