ରାଜଗାଙ୍ଗପୁର: ରାଜ୍ୟ ସରକାର କରୋନା ମହାମାରୀ ବ୍ୟାପିବା ଆଶଙ୍କା କରି ଚଳିତ ବର୍ଷ ବାଣ ବିକ୍ରି ଏବଂ ଫୁଟାଇବାକୁ ନେଇ ନିଷେଧାଦେଶ ଜାରି କରିଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନକୁ ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଆଖି ଆଗରେ ରଖି ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ସୁଶ୍ରୀ ସାଗରିକା ନାଥ ସମସ୍ତ ଥାନାଗୁଡ଼ିକୁ ବାଣ ବିକ୍ରି ଉପରେ କଡା ନଜର ରଖିବାକୁ ନିର୍ଦେଶ ଜାରି କରିଛନ୍ତି।
ବିଶେଷ ସୂତ୍ରରୁ ଖବର ପାଇ ରାତ୍ରିରେ ରାଜଗାଙ୍ଗପୁର ଏସଡ଼ିପିଓ ଡକ୍ଟର ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଏବଂ ତାଙ୍କ ଟିମ୍ ରାଜଗାଙ୍ଗପୁର ୱାର୍ଡ ନଂ ୬ ବଗିଚାପଡାଠାରେ ତିନୋଟି ଜାଗାରେ ଚଢଉ କରି ବିକ୍ରି ପାଇଁ ରଖିଥିବା ୨ଲକ୍ଷରୁ ଅଧିକ ବେଆଇନ ବାଣ ଜବତ କରିଛନ୍ତି । ଏହି ମାମଲାରେ ପୁଲିସ୍ ରାହୁଲ ରାମ, ଅମର ରାମ ଓ ଆନନ୍ଦ କଶ୍ୟପଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତମାନେ ବଗିଚାପଡାର ବାସିନ୍ଦା ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/raj-2.jpg)