ରାଉରକେଲା : ଉଦିତନଗର ଅଞ୍ଚଳରେ ଏକ ଗହଣା ଦୋକାନରେ ଏବଂ ଅନ୍ୟଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ଯୋଜନା କରୁଥିବା ବେଳେ ତିନିଜଣ ଅପରାଧୀ ପୁଲିସ ହାତରେ ଧରା ପଡିଛନ୍ତି। ଅନ୍ୟ ତିନି ଚାରି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଡକାୟତଙ୍କଠାରୁ ପୁଲିସ ୨ ଟି ପିସ୍ତଲ , ଗୁଳି , ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ଡକାୟତି ଲାଗି ବ୍ୟବହୃତ ହେବାକୁ ଥିବା ଦୁଇଟି ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଛି।
/sambad/media/post_attachments/wp-content/uploads/2022/01/rkl0-300x169.jpg)
ସୂଚନା ଅନୁଯାୟୀ ଶନିବାର ରାତିରେ ଶୀତଳପଡା ଡ଼ମ୍ପିଙ୍ଗୟାର୍ଡ ଅଂଚଳରେ ୫ରୁ ୭ ଜଣ ଅପରାଧୀ ଡକାୟତି କରିବା ଯୋଜନା କରୁଥିଲେ। ସୂଚନା ପାଇ ଉଦିତନଗର ପୁଲିସ ଚଢ଼ାଉ କରି ତିନି ଜଣଙ୍କୁ କାବୁ କରିଥିଲା। ଅନ୍ୟ ଚାରିଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫେରାର ଅପରାଧୀଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ରେଡ କରୁଛି ବୋଲି ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ କହିଛନ୍ତି। ଗିରଫ ଅପରାଧୀଙ୍କ ନାମ ହେଲା ସୁରେନ୍ଦ୍ର ସିଂହ. ତୋଫାନ ଚୌଧୁରୀ ଓ ଅନୀଲ ରାଉତ। ଏମାନଙ୍କ ନାମରେ ବିଭିନ୍ନ ଥାନା କ୍ଷେତ୍ରରେ ବହୁ ଅପରାଧିକ ମାମଲା ଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rkl-3.jpg)