ରାଉରକେଲା ରେଳ ଷ୍ଟେସନରୁ ପୁଣି ୩ ଜଣ ନାବାଳକ ଉଦ୍ଧାର

ରାଉରକେଲା: ଆଜି ରାଉରକେଲା ରେଳ ଷ୍ଟେସନରୁ ପୁଣି ୩ ଜଣ ନାବାଳକ ଉଦ୍ଧାର ହୋଇଛନ୍ତି। ସମସ୍ତେ ବିହାର ମୋତିହାର ଅଞ୍ଚଳର ବୋଲି ଜଣାଯାଇଛି। ଏହି ମାମଲାରେ ଚାଲାଣ କରୁଥିବା ଦଲାଲ ବି ଅଟକ ଅଛି।

ଷ୍ଟେସନରେ କୋଭିଡ ଡ୍ୟୁଟିରେ ନିୟୋଜିତ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ଏମାନଙ୍କ ଗତିବିଧି ସନ୍ଦେହଜନକ ହେବାରୁ ପଚାରଉଚରା ପରେ ସତ୍ୟତା ଜଣାପଡ଼ିଥିଲା। ସମସ୍ତେ କୋଇଡ଼ା ଅଞ୍ଚଳକୁ ଚାଲାଣ ହେଉଥିଲେ।

ସମ୍ବନ୍ଧିତ ଖବର