୪ ଆନ୍ତଃରାଜ୍ୟ ଡକାୟତ ଗିରଫ : ୧ ପିସ୍ତଲ, ୩ ଭୁଜାଲି ଓ ବାଇକ୍‌ ଜବତ

ରାଉରକେଲା : ଓଡ଼ିଶା ଓ ଛତିଶଗଡରେ ଅପରାଧ ଚଳାଇବା ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ମୋଷ୍ଟ ଓ୍ଵାଣ୍ଟେଡ୍‌ ଆନ୍ତଃରାଜ୍ୟ ଡକାୟତ ହେଲେ, ମହମ୍ମଦ ଜଲିଲ (୪୨) ଓରଫ୍‌ ଛୋଟୁ ଓ ତା’ ୩ ସହଯୋଗୀ ମହମ୍ମଦ ଅଫତାବ (୨୪), ମହମ୍ମଦ ରାଜା (୩୪), ମହମ୍ମଦ ଚନ୍ଦା (୩୦)। ଏହି ଡକାୟତମାନେ ଏକ ବଡ଼ଧରଣର ଡକାୟତି ଯୋଜନା କରୁଥିବା ବେଳେ ରାଉରକେଲା ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୩ଟି ଭୁଜାଲି, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ହିରୋ ପ୍ଲେଜର ବାଇକ୍‌ ଜବତ ହୋଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର