ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ 'ଆଭା' ଉଜ୍ଜ୍ୱଳା ପୁନର୍ନିବାସ ଗୃହରୁ ଗତ ମାର୍ଚ ୨୯ ରାତିରୁ ୪ ନାବାଳିକା ଅନ୍ତେଵାସୀ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ରାଉରକେଲାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ୨ ଜଣଙ୍କର ଏଯାବତ୍ କୌଣସି ଖୋଜ୍ଖବର ନାହିଁ।
ନିଖୋଜ ୪ ନାବାଳିକାଙ୍କ ମଧ୍ୟରୁ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଥିବା ଜଣାପଡିଛି। ଆଭା ଗୃହର ଝରକା ଭଙ୍ଗା ଅବସ୍ଥାରେ ଥିବାରୁ ଏହି ବାଟ ଦେଇ ସେମାନେ କେଉଁ ଆଡ଼େ ପଳାଇ ଯାଇଥିବା କୁହାଯାଉଛି।
ଏ ନେଇ ସଦର ଥାନାରେ ଏତଲା ଦିଆଯିବା ପରେ ପୁଲିସ ଅପହରଣ, ନିଖୋଜ ମାମଲା ରୁଜୁ କରି ତନାଘନା ଚଲାଇଛି। ଝିଅମାନେ ନିଖୋଜ ହୋଇ ଯାଇଥିବା ଜଣାପଡିବା ପରେ ଆଭାଗୃହ କର୍ତ୍ତୃପକ୍ଷ ଖୋଜାଖୋଜି କରି ବିଫଳ ହୋଇଥିଲେ। ତା’ପରଦିନ ଅର୍ଥାତ ୩୦ ତାରିଖରେ କାଉନସେଲର ଜଳେଶ୍ଵରୀ ଭୁଏ ଥାନାରେ ଏ ନେଇ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/860a6355-ab4d-46d4-b5e5-369c032daac4.jpg)