ରାଉରକେଲା: ସୁଇମିଙ୍ଗ ପୁଲରେ ବୁଡ଼ି ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ଶିଶୁଜଣକ ରାଉରକେଲାର ସେକ୍ଟର ୯ର ସ୍ନେହା ସିଂହ। ଘଟଣା ଘଟିଛି ହକି ମେ ଫେୟାର ଭିଲେଜରେ ଥିବା ସୁଇମିଙ୍ଗ ପୁଲରେ। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୁଲିସ।

Advertisment

ଘଟଣାକୁ ନେଇ ଛେଣ୍ଡ ଥାନାରେ ମାମଲା ରୁଜୁ କରିଛନ୍ତି ପରିବାର ଲୋକ।ସୁଇମିଙ୍ଗ ଦାୟିତ୍ୱରେ ଥିବା ଟ୍ରେନରଙ୍କର ଅବହେଳା ପାଇଁ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।