ସୁନ୍ଦରଗଡ଼: ଗତକାଲି ରାତିରେ ସୁନ୍ଦରଗଡ଼ ସହରର ଅଭିନନ୍ଦନ ହୋଟେଲ ପାଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏଟିଏମ କାଟି କିଛି ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ତରଫରୁ ଏ ସମ୍ପର୍କରେ ଟାଉନ ଥାନାକୁ ସୂଚନା ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ସିସିଟିଭି କ୍ୟାମେରା ଯାଞ୍ଚ ପରେ ଟଙ୍କା ଲୁଟ୍ ସମ୍ପର୍କିତ ସ୍ପଷ୍ଟ ଚିତ୍ର ଆସିବ ବୋଲି ପୁଲିସ କହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp