ଝାମ୍ପିନେଲେ ୫ ଲକ୍ଷ:ସୂରଜ ପ୍ରଡକ୍ଟ କର୍ମଚାରୀଙ୍କ ଏତଲା

ରାଉରକେଲା: ମଧ୍ୟାହ୍ନରେ ରାଉରକେଲା ସିଭିଲ୍‌ ଟାଉନ୍‌ସିପସ୍ଥିତ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତାରେ ରାଜଗାଙ୍ଗପୁର ସୂରଜ ପ୍ରଡକ୍ଟ କମ୍ପାନୀର ଜଣେ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଛି।
ରଘୁନାଥପାଲି ଥାନାରେ ଦିଆଯାଇଥିବା ଏତଲା ଅନୁସାରେ ରାଜଗାଙ୍ଗପୁର ସୂରଜ ପ୍ରଡକ୍ଟର ମାଲିକ ମହେନ୍ଦ୍ର କମାର ହାତୀ କମ୍ପାନିର କର୍ମଚାରୀ ଦିଲୀପ ଗୋପଙ୍କୁ ରାଉରକେଲା କାନାଡା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଆଣିବାକୁ ପଠାଇଥିଲେ। ଶ୍ରୀ ଗୋପ ରାଉରକେଲା ଆସି ଦିନ ୧୧ଟା ୪୫ରେ କାନାଡା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ବାଇକ୍‌ ହ୍ୟାଣ୍ତିଲ୍‌ରେ ଝୁଲାଇ ରାଜଗାଙ୍ଗପୁର ଯିବାକୁ ସିଭିଲ୍‌ ଟାଉନ୍‌ସିପ ରାସ୍ତାକୁ ଆସିଥିଲେ। ମଧ୍ୟାହ୍ନ ୧୨ଟା ୧୫ରେ ସେ ସିଭିଲ୍‌ଟାଉନ୍‌ସିପ ସ୍ଥିତ ମେରି ଲ୍ୟାଣ୍ତ ପ୍ଲେ ସ୍କୁଲ ସମ୍ମୁଖ ରାସ୍ତା ପାର ହେଉଥିବା ବେଳେ ପଛ ପଟୁ ୨ ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଟଙ୍କା ଚଳନ୍ତା ଅବସ୍ଥାରେ ଟଙ୍କା ବ୍ୟାଗ୍‌କୁ ଝାମ୍ପିନେଇ ଚାଲି ଯାଇଥିଲେ। ଟାଣିଲା ବେଳେ ଫିତା ଛିଣ୍ତି ବ୍ୟାଗ ଦୁବୃର୍ତ୍ତଙ୍କ ହାତକୁ ଚାଲି ଯାଇଥିଲା। ଶ୍ରୀ ଗୋପଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି।

ସମ୍ବନ୍ଧିତ ଖବର