ରାଉରକେଲା : କରୋନା ଭଳି ଜଟିଳ ସମୟରେ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁରେ ବନ୍ଧା ପଡ଼ିଥିବା ଜିଲ୍ଲାର ୭ ମହିଳା ଓ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ଚାନ୍ଦମଣି ସାଣ୍ଡିଲ। ଉଦ୍ଧାର ହୋଇଥିବା ମହିଳା ଓ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ସେମାନେ ହେଲେ ଆଶାମଣି କାଣ୍ଡୁଲାନା, କୁନି କେର୍କେଟା, ମାଙ୍ଗ୍ରି ଓରାମ, ଲକ୍ଷ୍ମୀ ରାଓ, ମୁକ୍ତା ଚାଣ୍ଡିଲ, ଫଗୁନି ଓରାମ। ସମାଜସେବୀ ଚାନ୍ଦମଣି ସାଣ୍ଡିଲଙ୍କ କହିବାନୁଯାୟୀ ଲାଠିକଟା ତୁରିବେର୍ଣ୍ଣାର ଜଣେ ଦଲାଲ ଲାଠିକଟା, ରାଜଗାଙ୍ଗପୁର, ଲହୁଣିପଡା ସମେତ ଅନ୍ୟାନ୍ୟ ବ୍ଲକର ମହିଳା, ଯୁବତୀଙ୍କୁ ମୋଟା ଅଙ୍କର ରୋଜଗାର ଅର୍ଥ ଲୋଭ ଦେଖାଇ ତାମିଲନାଡୁର ତିରିପୁରର ଏକ ସିଲେଇ ସଂସ୍ଥାରେ ନିଯୁକ୍ତି ଦେଇଥିଲା। ସେଠାରେ କାମ କରୁଥିବା ଯୁବତୀ ଓ ମହିଳାଙ୍କୁ କାମ ଅନୁଯାୟୀ ପାରିଶ୍ରମିକ ଦିଆଯାଉ ନଥିଲା। ଠିକା ସଂସ୍ଥା ପକ୍ଷରୁ ଠିକ୍ ଭାବେ ଖାଇବାକୁ ମଧ୍ୟ ଦିଆଯାଉ ନଥିଲା। ଯେଉଁମାନେ ଘରକୁ ଆସିବାକୁ ଚାହୁଁଥିଲେ ସେମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ଛଡା ଯାଉ ନଥିଲା। ମାସ ମାସ ଧରି ନିର୍ଯ୍ୟାତନାର ଶିକାର ହେବା ପରେ କିଛି ଯୁବତୀ ଓ ମହିଳା ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର କିଛି ଲୋକ ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ତାଙ୍କୁ ଅବଗତ କରାଇଥିଲେ। ଚାନ୍ଦମଣି ପରିବାର ଲୋକଙ୍କୁ ନେଇ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ଶେଷରେ ଚାନ୍ଦମଣି ଠିକା ସଂସ୍ଥାର ମାଲିକଙ୍କ ସହ ଫୋନ୍ଯୋଗେ ସିଧାସଳଖ କଥା ହୋଇଥିଲେ। ଶ୍ରମ କାର୍ଯ୍ୟାଳୟରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ମାମଲା ଭୟରେ ଠିକା ସଂସ୍ଥାର ମାଲିକ ୭ ମହିଳା, ଯୁବତୀଙ୍କୁ ଛାଡିବାକୁ ରାଜି ହୋଇଥିଲେ।
ତାମିଲନାଡୁରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ର ୭ ମହିଳା ଓ ଯୁବତୀ
/sambad/media/post_attachments/wp-content/uploads/2021/04/WhatsApp-Image-2021-04-02-at-21.54.04.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)