ଚୋରା ଚାଲାଣ ବେଳେ କାରରୁ ୮୦ ଲିଟର ବିଦେଶୀ ମଦ ଜବତ, ୨ ଅଟକ

ସୁନ୍ଦରଗଡ଼: ଏକ କାରରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ସୁନ୍ଦରଗଡ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ ହାତରେ ଧରାପଡିଛି। କାର ସହ ସେଥିରୁ ୮୦ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଜବତ କରି ଦୁଇ ଜଣଙ୍କୁ ଲେଫ୍ରିପଡ଼ା ଥାନାରେ ଅଟକ ରଖାଯାଇଛି।

ଆଜି ସକାଳୁ ମୋବାଇଲ୍ ସ୍କ୍ୱାଡ୍ କୌଣସି ସୂତ୍ରରୁ ଖବର ପାଇ ଲେଫ୍ରିପଡ଼ା ଥାନା ଦେଉଳି ଛକ ନିକଟରେ ଜଗିଥିବା ବେଳେ ଏକ ମାରୁତି ସୁଜୁକି ସ୍ଵିଫ୍ଟ ଡିଜାୟାର୍ କାରକୁ ଅଟକାଇ ଯାଞ୍ଚ କଲା ବେଳକୁ ସେଥିରେ ବିଦେଶୀ ମଦ ବୋଝେଇ ହୋଇଥିଲା। ତାପରେ କାରକୁ ଲେଫ୍ରିପଡ଼ା ଥାନାକୁ ଅଣା ଯାଇଥିଲା। ସେଠାରେ ୮୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ମଦ ଦର୍ଲିପାଲି ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର