ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ଏହାଛଡ଼ା କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ପ୍ରାଣହାନି ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ଆଜି ଗଞ୍ଜାମ ଜିଲ୍ଲାରୁ ୩ ଜଣ, କଟକ ଓ ମୟୂରଭଞ୍ଜରୁ ୨ଜଣ ଲେଖାଏଁ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମସ୍ତ ୯ଜଣ ପୁରୁଷ ଥିବା ଜଣାଯାଇଛି।

Advertisment

ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୮୨, ୭୩ ଓ ୩୬ ବର୍ଷ। ମୟୂରଭଞ୍ଜର ୨ ମୃତକଙ୍କ ବୟସ ୫୮ ଓ ୬୦ ବର୍ଷ। କଟକର ଦୁଇ ମୃତକଙ୍କ ବୟସ ୨୩ ଓ ୭୨ ବର୍ଷ।
ସୁନ୍ଦରଗଡ଼ର ଯେଉଁ ସଂକ୍ରମିତ ପ୍ରାଣ ହରାଇଛନ୍ତି , ତାଙ୍କର ବୟସ ହେଲା ୮୧ ବର୍ଷ। ଅପରପକ୍ଷରେ କନ୍ଧମାଳର ମୃତକଙ୍କ ବୟସ ୬୧ ବର୍ଷ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୩୬,୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୦୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।