ରାଉରକେଲା: କେନ୍ଦ୍ର ସରକାରଙ୍କ କମନ ରିଭିୟୁ ମିଶନ (ସିଆରଏମ) ବିଭାଗର ନଅ ଜଣିଆ ଟିମ୍ ଆଜି ରାଉରକେଲା ଗସ୍ତରେ ଆସି ରାଉରକେଲା ସରକାରୀ ହସ୍ପିଟାଲ୍ (ଆରଜିଏଚ)ରେ ପହଞ୍ଚିଛନ୍ତି। ଯୁଗ୍ମ ସଚିବ ରଘୁରାମ ରାଓଙ୍କ ନେତୃତ୍ୱରେ ଟିମର ସଦସ୍ୟମାନେ ଆରଜିଏଚର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି। ଚିକିତ୍ସା ସଂକ୍ରାନ୍ତରେ ବିଭିନ୍ନ ୱାର୍ଡର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଛନ୍ତି। ପରେ ଡାକ୍ତରଖାନାର ନିର୍ଦେଶକ ଡାକ୍ତର ସନ୍ତୋଷ ନାୟକ, ଅଧୀକ୍ଷକ ଡାକ୍ତର ଜେ. ବାରିକ ଓ ଅନ୍ୟ ବରିଷ୍ଠ ଡାକ୍ତରଙ୍କ ସହ ଆୟୋଜିତ ସମୀକ୍ଷା ବୈଠକ ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଖାନାରେ ରହିଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ଟିମର ସଦସ୍ୟମାନେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି। ବିଭିନ୍ନ ବିଭାଗରୁ ତଥ୍ୟ ସଂଗ୍ରହ କରିଛନ୍ତିl ତଥ୍ୟଗୁଡ଼ିକୁ ଟିମର ସଦସ୍ୟମାନେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।