ଯୁବକକୁ ପଥରରେ ଛେଚି ହତ୍ୟା

0

ବୀରମିତ୍ରପୁର: ରାଏବଗା ଥାନା ଅନ୍ତର୍ଗତ ସିମକୋ ଗ୍ରାମରେ ଜନୈକ ଯୁବକକୁ ଦୁର୍ବୃତ୍ତମାନେ ପଥର ଛେଚି ହତ୍ୟା କରିଛନ୍ତି। ପୁଲିସ ଆଜି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଗତକାଲି ମଧ୍ୟ ରାତିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ସିମକୋ ଗ୍ରାମର ହାଲନ ସାମାଦ(୪୭)ଙ୍କୁ କେତେକ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିବା ପରେ ସ୍କୁଲ ନିକଟ କ୍ଷେତରେ ଶବ ଫିଙ୍ଗି ଫେରାର ହୋଇଯାଇଥିଲେ। ଆଜି ସକାଳେ ଘଟଣା ସଂପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ରାଏବଗା ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଅପରାଧିମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ମୃତ ହାଲନ ଗତ ଅକ୍ଟୋବର ମାସରେ ଦାଦନ ଖଟିବାକୁ ଯାଇ ଗୋଆରୁ ଘରକୁ ଫେରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.