ରାଉରକେଲା: ରାଉରକେଲାରୁ ବଡ଼ବିଲ ଯାଉଥିବା ଲିଙ୍ଗରାଜ ନାମକ ଏକ ଘରୋଇ ବସକୁ ହାଇୱା ଧକା ଦେଇଛି। ରଜାମୁଣ୍ଡା ଆଡୁ ଆସୁଥିବା ଏକ ହାଇୱା ରଜାମୁଣ୍ଡା ବାଇପାସ ନିକଟରେ ଧକ୍କା ଦେବାରୁ ପ୍ରାୟ ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏଥିରେ୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଲହୁଣୀପଡା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଉରକେଲାକୁ ପଠାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।