ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଖମଣ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା ଟ୍ରକ୍। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ‘ଅନୁପମା’ ନାମକ ବସଟିକୁ ଧକ୍କା ଦେଇଥିଲା। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Advertisment

ବସଟି ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ହୋଇଛି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଓ ବଣାଇକୁ ପଠାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଘଟଣାର ତଦନ୍ତ ଆରମ୍ଭ କରିଛି ।