ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ରେ ପୁଣି ଦୁର୍ଘଟଣା ଘଟିଛି। ଛିଡ଼ା ହୋଇଥିବା ବୋରୱେଲ ଗାଡ଼ିକୁ ଏକ କାର୍ ପଛପଟରୁ ପିଟିଛି। ଏହାଫଳରେ ସ୍ତ୍ରୀ ଗୁରୁତର ଓ ସ୍ବାମୀ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ସୁନ୍ଦରଗଡ଼  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତଗତିରେ ଯାଉଥିବା କାର୍ ରାସ୍ତା କଡ଼ରେ ଠିଆ ବୋରୱେଲ ଗାଡ଼ିକୁ ପିଟିଥିଲା। କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି।