ବାଇକକୁ ପିଟିଲା ଟ୍ରାକ୍ଟର, ଜଣେ ମୃତ

ସୁନ୍ଦରଗଡ଼: ଆଜି ସକାଳେ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ବିଜୁ ଏକ୍ସପ୍ରେସ ୱେ ଭୋଜପୁର ନିକଟରେ ଟ୍ରାକ୍ଟର ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଯୁବକଙ୍କ ପରିଚୟ ମିଳିନାହିଁ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର