ସୁନ୍ଦରଗଡ଼: ଆଜି ସକାଳ ସାଢେ ୬ଟାରେ ବିଜୁ ଏକ୍ସପ୍ରେସ ୱେର ବଡ଼ଗାଁ ନିକଟ ଗରିଆମାଲ ଛକରେ ଏକ ସ୍କୁଟି ଡିଭାଇଡରକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜଣକ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ବଡ଼ଗାଁ ନିକଟ ଚଲନାମୁଣ୍ଡାର କିଶୋର ଖଡିଆ।
ମୃତକଙ୍କ ପରିଚୟ ମିଳିଛି। ସେ ଝାରସୁଗୁଡ଼ାର ରଥୀ ନାଏକ। ଚଲନାମୁଣ୍ଡାରେ ଘରଭଡ଼ା ନେଇ ରହୁଥିବା ରଥୀ ଓ କିଶୋର ଏକ ସ୍କୁଟିରେ ଦ୍ରୁତଗତିରେ ସୁନ୍ଦରଗଡ଼ ଆଡ଼କୁ ଯାଉଥିଲେ। ଗରିଆମାଲ ଛକ ନିକଟରେ ସ୍କୁଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଦୁଇ ଆରୋହୀ ଛିଟକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ରଥୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ବଡ଼ଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଡିଭାଇଡରରେ ପିଟିହେଲା ସ୍କୁଟି: ଜଣେ ମୃତ,୧ ଗୁରୁତର
/sambad/media/post_attachments/wp-content/uploads/2022/07/d78ea8d9-c504-42b2-90a4-d3b519b7b6c2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)