ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା; ଜଣେ କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା: ଘରକୁ ଫେରୁଥିବାବେଳେ ପଛପଟୁ ଧକ୍କା ଦେଲା ମାଲବାହୀ ଟ୍ରକ | ରାଉରକେଲା ଇସ୍ପାତ କାରଖାନା ପରିସରରେ ଆଜି ଏକ ଟ୍ରକ ଦୁର୍ଘଟଣାରେ ଜିଙ୍ଗା ଲାକ୍ରା(୫୬) ନାମକ କର୍ମଚାରୀଙ୍କର ମୃତ୍ୟୁ ହୋଇଛି | ସେ ରାଉରକେଲା ଇସ୍ପାତ କାରଖାନାର ଟ୍ରାଫିକ ଆଣ୍ଡ ର ମ୍ୟାଟେରିଆଲ ଡିଭିଜନର କର୍ମଚାରୀ ଥିବାବେଳେ ଆଜି ଘରକୁ ନିଜ ବାଇକ ଯୋଗେ ଫେରୁଥିବାବେଳେ କାରଖାନା ଭିତରେ ଥିବା ଟ୍ରାଫିକ ଗେଟ ଓ ସଂସ୍କାର ଗେଟ ମଝିରେ ଏକ ମାଲବାହୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା |

ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା | ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ଏହାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ଦୁଃଖ ପ୍ରକାଶ କରିବା ସହ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା ସହ ଅନୁକମ୍ପାମୂଳକ ସହାୟତା ଦେବାକୁ ଦାବି କରିଛନ୍ତି | ଜିଙ୍ଗା ଆଜି ସକାଳେ ଜେନେରାଲ ସିଫ୍ଟରେ ଯାଇଥିବାବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି |

ସମ୍ବନ୍ଧିତ ଖବର