/* */

ଟେନସା- ବରସୁଁଆ ଘାଟିରେ ଦୁର୍ଘଟଣା: ଟିପ୍ପର ଧକ୍କାରେ ବାଇକ ଆରୋହୀ ମୃତ

କୋଇଡା : ଲହୁଣିପଡା ଥାନା ଅନ୍ତର୍ଗତ ଟେନସା ବରସୁଁଆ ଘାଟିରେ ଏକ ମଟର ସାଇକେଲ ନଂ-ଓ:ଡି-୧୪-ଆର୍ -୨୭୩୫ ରେ ଦୁଇଜଣ ଆରୋହି ରାଉରକେଲା ଫଟିଲାଇଜର୍ ରୁ କୋଇଡା ଅଭିମୁଖେ ଯାଉଥିଲେ l ଟେନସା ବରସୁଁଆ ଘାଟି ରାସ୍ତା ରେ ଏକ ୧୨ ଚକିଆ ଟିପର ନଂ- ଓ:ଡି ୧୪ -ୟୁ -୪୩୪୩ ସେହିରାସ୍ତା ରେ ଦ୍ରୁତଗତିରେ ଆସି ମଟରସାଇକେଲ୍ କୁ ଧକା ଦେଇ ପଳାଉଥିଲାl   ବାଇକ୍ ପଛରେ ବସିଥିବା ରାଜୀବ ପଣ୍ତା ନାମକ ବ୍ୟକ୍ତି ଯାହାର ବୟସ ୪୬ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ |

ବାଇକ୍ ଚାଳକ ସୁଶାନ୍ତ ପାଢି ଟିପର ଟିକୁ ପିଛାକରି ଟେନସା ଜିରୋପଏଣ୍ଟ ଠାରେ ଧରିଥିଲେ ମାତ୍ର ଚାଳକ ଫେରାର୍ ହୋଇଯାଇଛି | ଟେନସା ଫାଣ୍ତି ଅଧିକାରୀ ଅଶୋକ କୁମାର ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତି ର ଶବ କୁ ଜବତ କରି ଲହୁଣିପଡା ପଠାଇବା ସମେତ ଘଟଣା ର ତଦନ୍ତ କରୁଛନ୍ତି l

ସମ୍ବନ୍ଧିତ ଖବର