ହତ୍ୟା ଅଭିଯୁକ୍ତକୁ ଆଜୀବନ

ବଣାଇଁଗଡ଼: ଏକ ହତ୍ୟା ମାମଲାର ବିଚାର କରି ବଣାଇଁ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁଶ୍ରୀ ନମିତା ଦାଶ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ୭ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ ଗତ ୨୦୧୧ ମସିହା ଅକ୍ଟୋବର୧୫ ତାରିଖ ଦିନ ଅପରାହ୍ନରେ ଖଣ୍ଡାଧାର ଖଣିବସ୍ତି ବାସିନ୍ଦା ବାସୁଦେବ ମାଝି ଯେ କି ଜଣେ ମାନସିକ ବିକାରଗ୍ରସ୍ତଙ୍କ ଘରକୁ ଗ୍ରାମର ବଳଦେବ ସିଂ ଗାନ୍ଧୀ ଆସି ପାଟିତୁଣ୍ଡ କରିବାରୁ ବାସୁଦେବ ଏକ ଛୁରୀଧରି ବଳଦେବକୁ ଆକ୍ରମଣ କରିଥିଲେ।

ଏଥିରେ ବଳଦେବ ବେହୋସ ହେବା ଦେଖି ତାଙ୍କୁ ଗ୍ରାମବାସୀ ଡାକ୍ତରଖାନା ପଠାଇଥିଲେ। ଏହାପରେ ଆରମ୍ଭ ହେଲା ପ୍ରତିଶୋଧ। ଗ୍ରାମର ନାମଜାନ ଡାଙ୍ଗ, ଚମ୍ବରୁ ଦଶରଥ ସମାସୀ, ଗଣେଶ ସିଂ, କିଶୋର ସଏ, ସୋନୁ ସିଂ,ଏ ଏମ ବାର୍ଲା, ପଙ୍କଜ ମାହାତୋ ପ୍ରମୁଖ ପହଞ୍ଚ ମାନସିକ ରୋଗୀ ବାସୁଦେବ ମାଝିକୁ ଏକ ଗଛରେ ବାନ୍ଧି ପିଟିପିଟି ହତ୍ୟା କରିଥିଲେ। ଅଦାଲତରେ ସମୁଦାୟ ୧୯ଜଣଙ୍କ ସାକ୍ଷ୍ୟ ବୟାନ, ୧୩ଟି ପାରିପାର୍ଶ୍ୱିକ ପ୍ରମାଣକୁ ଭିତ୍ତିକରି ମାନ୍ୟବର ଅଦାଲତ ଆଜି ଏହି ରାୟରେ ଅଭିଯୁକ୍ତ ନାମଜାନ ଡାଙ୍ଗ, କିଶୋର ସଏ, ସୋନୁସିଂ ଗାନ୍ଧୀ, ଏ.ଏମ. ବାର୍ଲା ପ୍ରମୁଖ ୫ଜଣଙ୍କୁ ଏହି ଦଣ୍ଡାଦେଶ ଦେଇଥିବା ଜଣାପଡିଛି। ଜରିମାନା ଅନାଦେୟ ୧ବର୍ଷ ଅଧିକ କାରାଦଣ୍ଡ ଭୋଗିବା ରାୟରେ ଉଲ୍ଲେଖ ରହିଛି। ସରକାରଙ୍କ ପକ୍ଷରୁ ଓକିଲ ଦିଗାମ୍ବର ପ୍ରଧାନ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର