ରାଉରକେଲା: ରେଳ ଷ୍ଟେସନ୍‌ରେ ଅନ୍ୟ ମହିଳାଙ୍କ ସହ ବୁଲୁଥିଲେ ସ୍ୱାମୀ, ଏସିଡ୍‌ ଆକ୍ରମଣ କଲେ ମହିଳା, ୨ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ଏସିଡ୍‌ ଆକ୍ରମଣରେ ବୁଧବାର ୨ଜଣ ଲୋକ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ନିଜ ସ୍ୱାମୀଙ୍କ ସହ ଅନ୍ୟ ଜଣେ ମହିଳା ବୁଲୁଥିବାର ଦେଖି ମହିଳା ଜଣକ କ୍ରେଧୀ ହୋଇଯାଇଛନ୍ତି। ଭିଡ଼ ଥିବା ସ୍ଥାନରେ ମହିଳା ଜଣକ ଏସିଡ ଆକ୍ରମଣ କରିବାରୁ ସ୍ୱାମୀ ଓ ସ୍ୱାମୀଙ୍କ ସହିତ ଅନ୍ୟ ଜଣେ ଲୋକ ଆହତ ହୋଇଛନ୍ତି। ପରେ ୨ ଆହତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଫର୍ଟିଲାଇଜର ବସ୍ତିର ସ୍ୱର୍ଗତ ନିତ୍ୟାନନ୍ଦ ମହାରଣା ୨୦୧୬ରେ ଭାରତୀୟ ଦଣ୍ଡ ସଂହିତା ‘ଆଇପିଏସ୍‌’ର ଧାରା ୪୨୦ ଅନୁଯାୟୀ ଦଣ୍ଡିତ ହେବା ପରେ ଜେଲ ଯାଇଥିଲେ। ଏହି ମାମଲାର ପରିଚାଳନା କରୁଥିଲେ ଆଇନ୍‌ଜୀବୀ କିଷାନ କିରୋଇ। ମାମଲାର ପରିଚାଳନା ସମୟ ଠାରୁ ବନ୍ଧମୁଣ୍ଡା ଥାନା ଅଂଚଳର ଆଇନଜୀବୀ କିଷାନ କିରୋଇ ଓ ସ୍ୱର୍ଗତ ନିତ୍ୟାନନ୍ଦ ମହାରଣାଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି ମହରାଣା (୩୫)ଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ ପରେ ପ୍ରେମରେ ପରିଣତ ହୋଇଥିଲା। ଏହି ଘଟଣାକୁ କିଷାନଙ୍କ ସ୍ତ୍ରୀ ମାନି କିରୋଇ ଜାଣି ପାରିଥିଲେ। ମାତ୍ର ସେ ସୁଯୋଗକୁ ଅପେକ୍ଷା କରିଥିଲେ।

ଆଜି ଅପରାହ୍ନରେ ଚନ୍ଦ୍ରକାନ୍ତି ଷ୍ଟେସନରେ ପହଂଚି କିଷାନଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ପରେ କିଷାନ ଘରୁ ତରତର ହୋଇ ବାହାରି ଯିବା ପରେ ମାନିଙ୍କ ସନ୍ଦେହ ହୋଇଥିଲା। ମାନି ମଧ୍ୟ ସ୍ୱାମୀଙ୍କୁ ଅନୁସରଣ କରି କିଛି ସମୟ ପରେ ଷ୍ଟେସନ୍‌ରେ ପହଂଚି ଯାଇଥଲେ। ଏହି ସମୟରେ ସେ ନିଜ ସ୍ୱାମୀଙ୍କ ସହିତ ଚନ୍ଦ୍ରକାନ୍ତିଙ୍କୁ ଏକାଠି ଦେଖି ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ। କ୍ରୋଧ ଅଟକାଇ ନପାରି ଏସିଡ ମାଡ଼ କରିଥିଲେ।

ଏସିଡ ଆକ୍ରମଣ ଘଟଣାରୁ କିଷାନ ବର୍ତ୍ତି ଯାଇଥିବା ବେଳେ ଚନ୍ଦ୍ରକାନ୍ତି ଏବଂ ନିକଟରେ ଥିବା ଆନନ୍ଦ ନାଁରେ ଜଣେ ଟ୍ରେନ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାନିଙ୍କୁ ପୁଲିସ ନିଜ ନିୟନ୍ତ୍ରଣରେ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର