ସୁନ୍ଦରଗଡ଼: ଛାତ୍ରମାନେ ଜୋତା ବଦଳରେ ଚପଲ ପିନ୍ଧିଥିଲେ, ଚୁଟି କାଟି ନଥିଲେ। ଆଉ ଛାତ୍ରୀମାନେ ବେଣୀ ବାନ୍ଧି ନଥିଲେ। ଏଥିପାଇଁ ସେମାନଙ୍କୁ ମିଳିଛି ଦଣ୍ଡ। କ୍ରୀଡ଼ା ଶିକ୍ଷୟିତ୍ରୀ ବିଦ୍ୟାଳୟ ପ୍ରାରମ୍ଭ ପ୍ରାର୍ଥନାସଭାରୁ ହିଁ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାହାର କରିଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲ ବାସୁଦେବ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଏଭଳି ଅଜବ କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ତାକୁ ନେଇ ଅଭିଭାବକମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲା ଶିକ୍ଷାଧିକାରୀ ସାରଙ୍ଗଧର ବରିହା ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଛାତ୍ରଛାତ୍ରୀ ଅଧ୍ୟୟନ ପୂର୍ବରୁ ସବୁଦିନ ଭଳି ପ୍ରାର୍ଥନାସଭାରେ ସମବେତ ହୋଇଥିଲେ। ଏହି ସମୟରେ କ୍ରୀଡ଼ା ଶିକ୍ଷୟିତ୍ରୀ ଛାତ୍ରଛାତ୍ରଙ୍କ ବେଶପୋଷାକ ଯାଞ୍ଚ କରିଥିଲେ।
ଆଜି ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ଅଧ୍ୟୟନ ପୂର୍ବରୁ ସବୁଦିନ ଭଳି ପ୍ରାର୍ଥନାସଭାରେ ସମବେତ ହୋଇଥିଲେ। ଏହି ସମୟରେ କ୍ରୀଡ଼ା ଶିକ୍ଷୟିତ୍ରୀ ଛାତ୍ରଛାତ୍ରଙ୍କ ବେଶପୋଷାକ ଯାଞ୍ଚ କରିଥିଲେ। କିଛିଛାତ୍ର ଚୁଟି କାଟି ନଥିବା ଓ ଚପଲ ପିନ୍ଧିଥିବା ତାଙ୍କ ନଜରକୁ ଆସିଥିଲା। ସେହିପରି କିଛିଛାତ୍ରୀ ବେଣୀ ବାନ୍ଧି ନଥିଲେ। ଏହା ବିଦ୍ୟାଳୟର ଶୃଙ୍ଖଳା ଭଙ୍ଗକରୁଛି କହି ଶିକ୍ଷୟିତ୍ରୀ ବିଗିଡ଼ି ଯାଇଥିଲେ ଓ ପ୍ରାର୍ଥନାସଭାରୁ ହିଁ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାହାରକରି ଦେଇଥିଲେ। ବହିବସ୍ତାନି ଧରି କିଛି ଛାତ୍ରଛାତ୍ରୀ ଘରକୁ ଫେରି ଯାଇଥିବାବେଳେ ଅଭିଭାବକ ଆଣି ଛାଡ଼ିଥିବା କିଛି ଦୂରଗାଁ ପିଲା ରାସ୍ତା ଉପରେ ଅପେକ୍ଷା କରିଥିଲେ। ଅଭିଭାବକମାନେ ଏହା ଜାଣିବା ପରେ ବିଦ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ। ଯଦି ଛାତ୍ରଛାତ୍ରୀ ବିଦ୍ୟାଳୟ ଶୃଙ୍ଖଳା ଭଙ୍ଗ କରିଥିଲେ, ଏ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ ନକରି ବାହାର କରିଦେବା କେତେଦୂର ଯଥାର୍ଥ ବୋଲି ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ପିଲାଙ୍କୁ କେବଳ ପ୍ରାର୍ଥନାସଭାରୁ ବାହାର କରିଥିଲେ, ବିଦ୍ୟାଳୟରୁ ନୁହେଁ’ ବୋଲି କହିଛନ୍ତି।
school | Education
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/23/sdg-2025-09-23-22-20-23.jpg)